ସଉରା ଭାଷା ଓ ଲିପିକୁ ସାମ୍ବିଧାନିକ ମାନ୍ୟତା ନେଇ ଏକାଠି ହେଲେ ସଉରା ସଂପ୍ରଦାୟର ଲୋକେ

ରାମନାଗୁଡା,ଏନ୍ଏନ୍ଏସ୍: ସଉରା ଭାଷା ଓ ଲିପିର ପ୍ରଚାରପ୍ରସାର ତଥା ସାମ୍ବିଧାନିକ ମାନ୍ୟତା ଦାବି ନେଇ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ନିକଟସ୍ଥ ପୁରୁଟିଗୁଡ଼ା ଗ୍ରାମ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନ୍ଧ୍ର ସମେତ ଓଡ଼ିଶାର ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ଯୋଗଦେଇଥିଲେ। ଏଥିରେ ସଉରା ଭାଷା ଓ ଲିପିର ପ୍ରଚାରପ୍ରସାର ଓ ସାମ୍ବିଧାନିକ ମାନ୍ୟତା ଦାବି ନେଇ ଆଲୋଚନା ହୋଇଥିଲା। ବୈଠକରେ ସଉରା ଭାଷାକୁ କିପରି ପିଲାଙ୍କୁ ଶିକ୍ଷାଦାନ କରାଯାଇପାରିବ ସେ ନେଇ ଆଲୋଚନା ହୋଇଛି। ୧୯୩୬ରୁ ଆନ୍ଧ୍ର, ଓଡ଼ିଶା ସମେତ ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ସଉରା ସଂପ୍ରଦାୟର ଲୋକେ ଏହି ଭାଷାକୁ ବ୍ୟବହାର କରିଆସୁଥିବାବେଳେ ଏହାକୁ ସାମ୍ବିଧାନିକ ମାନ୍ୟତା ନଦେବା ଦୃଭାଗ୍ୟର ବିଷୟ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅନୁଷ୍ଠିତ ବୈଠକରେ ସଉରା ଭାଷାରେ ଏକ ଗୀତ ମୁକ୍ତିଲାଭ କରିଛି। ଏହାକୁ ବିଶ୍ୱନାଥ ଶବର ଲେଖିଥିବାବେଳେ ଏଥିରେ ରୋନିତ ଶବର କଣ୍ଠଦାନ ଓ ବାପି ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ଶେଷରେ ଉପସ୍ଥିତ ସମସ୍ତ ଲୋକଙ୍କୁ ସଉରା ଭାଷାରେ ପ୍ରକାଶିତ ଏକ ପତ୍ରିକା ବଣ୍ଟନ କରାଯାଇଥିଲା।