ଖାକିରେ କଳଙ୍କ : ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ କନଷ୍ଟେବଳ ଗିରଫ

ଭୁବନେଶ୍ବର,ଏନ୍ଏନ୍ଏସ୍ : ରାଜଧାନୀ ଭୁବନେଶ୍ୱରର ଜଣେ ପୁଲିସ କନଷ୍ଟେବଳ ବ୍ରାଉନ୍‌ସୁଗର ବିକ୍ରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣାପଡିଛି। ଅଭିଯୁକ୍ତ କନଷ୍ଟେବଳର ନାମ ଜାନକୀ ବହ୍ଲଭ ଭରିମଲ୍‌। ଜାନକୀକୁ କମିସନରେଟ୍‌ ପୁଲିସ ଗୁରୁବାର ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ୨୦୦୫ ମସିହାରେ କନ୍‌ଷ୍ଟେବଲ୍‌ ଜାନକୀ ବହ୍ଲଭ ଭରିମଲ୍‌ଙ୍କ ନାଁରେ କ୍ୟାପିଟାଲ୍‌ ଥାନାରେ ଏକ ହତ୍ୟା ପାଇଁ ଅପହରଣ ନେଇ ଲିଖିତ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଭତ୍ତିକରି ପୁଲିସ ତାକୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା। ମାତ୍ର ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲା।