ଦିଲ୍ଲୀ ହିଂସାକାଣ୍ଡରେ ମୃତ କନେଷ୍ଟ ବଳ ପରିବାରକୁ ମିଳିବ ୧ କୋଟି ସହାୟତା ରାଶି, ପରିବାରରେ ଜଣଙ୍କୁ ଚାକିରି

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଦିଲ୍ଲୀରେ ଚାଲିଥିବା ହିଂସାକାଣ୍ଡକୁ ନେଇ ରାଜନୀତି ଜୋର୍‌ ଧରିଥିବା ବେଳେ ମୃତ୍ୟୁବରଣ କରିଥିବା ହେଡ୍‌ କନେଷ୍ଟବଳ ରତନ ଲାଲଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ଏଥିସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ତାଙ୍କ ପରିବାରର ଜଣକୁ ପୁଲିସରେ ଚାକିରି ଦିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ଦିଲ୍ଲୀରେ ହିଂସା ରୋକିବାକୁ ସେନାର ସହାୟତା ନେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।