ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସଂଯୋଗ ହେବ ଆଠ ସହର: ଆଜି ଆଠଟି ଟ୍ରେନକୁ ସବୁଜ ପତାକା ଦେଖାଇବେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ସକାଳ ୧୧ଟା ସମୟରେ ଗୁଜରାଟର କେବାଡିଆରେ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସଂଯୋଗ କରୁଥିବା ଆଠଟି ଟ୍ରେନକୁ ସବୁଜ ପତାକା ଦେଖାଇବେ। ଏହି ଟ୍ରେନ୍ ଗୁଡିକ କେବାଡିଆ (ଷ୍ଟାଚ୍ୟୁ ଅଫ୍ ୟୁନିଟି)କୁ ବାରାଣାସୀ, ଦାଦର, ଅହମ୍ମଦାବାଦ, ହଜରତ ନିଜାମୁଦ୍ଦିନ, ରେୱା, ଚେନ୍ନାଇ ଏବଂ ପ୍ରତାପନଗର ସହିତ ସଂଯୋଗ କରିବ। ଏହା ହେଉଛି ଦେଶର ପ୍ରଥମ ଗ୍ରୀନ ବିଲ୍ଟିଂ ପ୍ରମାଣପତ୍ର ରେଳ ଷ୍ଟେସନ୍।

ଆଠଟି ସହରରେ ଷ୍ଟାଚ୍ୟୁ ଅଫ୍ ୟୁନିଟି ଯୋଗ ହେବା ସହିତ ଦେଶର ପର୍ଯ୍ୟଟକମାନେ ଏଠାକୁ ଆସିବା ପାଇଁ ଅନେକ ସୁବିଧା ଉପଲବ୍ଧ ଥିବାବେଳେ ରାଜ୍ୟର ରାଜସ୍ୱ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଏତଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଆଉ ଦୁଇଟି ପ୍ରକଳ୍ପ ପାଇଁ ଭୂମି ପୂଜନ କରିବେ। ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପ ଏବଂ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଜାନୁଆରୀ ୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମି ପୂଜନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ଶନିବାର ଏହି ସୂଚନା ଦେଇଛି। ପିଏମଓ ଅନୁଯାୟୀ ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ମଧ୍ୟ ଭିଡିଓ ସମ୍ମିଳନୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।