ଫେସବୁକ ପକ୍ଷପାତିତା କାର୍ଯ୍ୟର ତଦନ୍ତ ପାଇଁ ମାର୍କ ଜୁକରବର୍ଗଙ୍କୁ କଂଗ୍ରେସର ଚିଠି

ନୂଆଦିଲ୍ଲୀ,ଏଜେନ୍ସି: ଫେସବୁକ ପକ୍ଷପାତିତା ପୂର୍ଣ୍ଣ କାର୍ଯ୍ୟ କରୁଥିବା ନେଇ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ୱାଲ୍ ଷ୍ଟ୍ରିଟ୍ ଜର୍ନାଲ ପତ୍ରିକାରେ ପ୍ରକାଶ ପାଇଥିବା ରିପୋର୍ଟକୁ ମଧ୍ୟ ପ୍ରମାଣ ସ୍ୱରୂପ ଉଲ୍ଲେଖ କରାଯାଇଛି।

କେସି ଭେନୁଗୋପାଲ କହିଛନ୍ତି ଯେ ଫେସବୁକ ଇଣ୍ଡିଆ କର୍ମଚାରୀ ଅଂଖୀ ଦାସ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟରେ ବିଜେପିକୁ ସାହାଯ୍ୟ କରିଛନ୍ତି। ତେଣୁ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଉଚିତ ସମୟ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।