କାଲି ୪ଟାରେ ପରାଜୟ ଉପରେ କଂଗ୍ରେସର ମନ୍ଥନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ପରାଜୟ ପଛର କାରଣକୁ ମନ୍ଥନ କରିବା ପାଇଁ ସୋନିଆ ଗାନ୍ଧୀ ରବିବାର ଅପରାହ୍ନ ୪ଟାରେ କଂଗ୍ରେସ କାର୍ଯ୍ୟସମିତି ବୈଠକ ଡକାଇଛନ୍ତି । କଂଗ୍ରେସ ମୁଖ୍ୟାଳୟରେ ହେବାକୁ ଥିବା ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ସାମିଲ ହେବେ ବୋଳି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ରାଜ୍ୟସଭାର ପୂର୍ବତନ ନେତା ଗୁଲାମ ନବୀ ଆଜାଦଙ୍କ ଆବାସରେ ଶୁକ୍ରବାର ସନ୍ଧ୍ୟାରେ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ବରିଷ୍ଠ ନେତା କପିଲ ସବିଲ, ଅଖିଳେଶ ପ୍ରସାଦ ସିଂହ, ମନୀଷ ତିୱାରୀ ଓ ଅନ୍ୟ କିଛି ନେତା ସାମିଲ ଥିଲେ ।