ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଦେଶରେ ହୁ ହୁ ହୋଇ ବଢିଚାଲିଛି ଡିଜେଲ ଓ ପେଟ୍ରୋଲ ଦର। ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ କଂଗ୍ରେସ ବିରୋଧ କରିଛି। ଏନେଇ ଆଜି(ଶୁକ୍ରବାର) ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ।

ଜାତୀୟ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ପୱନ ବଂଶଲ, ସାଧାରଣ ସଚିବ କେ.ସି ଭେନୁଗୋପାଲ, ହରିଶ ରାୱତ ଏବଂ ଅଜୟ ମାକେନଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। ଏହା ସହିତ ଧାରଣାରେ ବହୁ ବରିଷ୍ଠ ନେତା, ଗୌରବ ଗୋଗଇ, ଦେବେନ୍ଦ୍ର ଯାଦବଙ୍କ ଭଳି ବହୁ ଯୁବ ନେତା ସାମିଲ ହୋଇଛନ୍ତି।

କରୋନା ମହାମାରୀ ସମୟରେ ପେଟ୍ରୋଲ ଓ ଡିଜେଲର ଦର ବୃଦ୍ଧି ହେବାରେ ଲାଗିଛି। ଫଳରେ ସାଧାରଣ ଲୋକଟିଏ ହନ୍ତସନ୍ତ ହେଉଛି। ଦର ବୃଦ୍ଧି ପ୍ରତ୍ୟାହାର ଦାବି କରି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଚାରିଘଣ୍ଟା ଦେଶବ୍ୟାପୀ ଧାରଣା ଦେଇଛି କଂଗ୍ରେସ। ରାଜଧାନୀର ୫ ହଜାର ପେଟ୍ରୋଲ ପମ୍ପ ନିକଟରେ ଧାରଣା ଦେଇଛି କଂଗ୍ରେସ।