କଂଗ୍ରେସ ଦଳ ପକ୍ଷରୁ ଆର୍ଥିକ ମାନ୍ଦାବସ୍ଥା ଓ ଦରବୃଦ୍ଧି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ

ଭବାନୀପାଟଣା,ଏନ୍ଏନ୍ଏସ୍: ଦିନକୁ ଦିନ ଖାଉଟି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଓ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଗୁରୁବାର କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏ ନେଇ କଂଗ୍ରେସ ଦଳ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠତି ହୋଇଛି।

ସୂଚନା ଅନୁସାରେ କଳାହାଣ୍ଡି ପରି ଏକ ଗରିବ ଜିଲ୍ଲାରେ ଦିନକୁ ଦିନ ବେକାରୀ ସମସ୍ୟା ବଢ଼ିବା ସହ ଲୋକେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶକୁ ଯାଉଛନ୍ତି। ଏ ନେଇ କେନ୍ଦ୍ର ବିଜେପି ସରକାର ଦାୟୀ ବୋଲି କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ଆବାହକ ତଥା ସଭାପତି ଭାରତ ଭୂଷଣ ବେମାଲ କହିଛନ୍ତି।

ତାଙ୍କ ନେତୃତ୍ୱରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ ଓ ଧାରଣା ଦେବା ସହ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।