ଅର୍ଥନୀତିର ମାନ୍ଦା ଅବସ୍ଥା ଓ ଖାଦ୍ୟ ପଦାର୍ଥ ମୂଲ୍ୟ ବୃଦ୍ଧି ବିରୋଧରେ ବିଭିନ୍ନ ସ୍ଥାନରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର/ବଲାଙ୍ଗିର,ଏନ୍ଏନ୍ଏସ୍: ଦେଶରେ ଅର୍ଥନୀତିର ମାନ୍ଦା ଅବସ୍ଥା ଓ ଅତ୍ୟାବଶ୍ୟକ ଦ୍ରବ୍ୟ, ଖାଦ୍ୟପଦାର୍ଥର ଅହେତୁକ ମୂଲ୍ୟବୃଦ୍ଧି ଅଭିଯୋଗକରି କଂଗ୍ରେସ ପକ୍ଷରୁ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ କର୍ମୀମାନେ ଜିଲ୍ଲାକମିଟି କାର୍ୟ୍ୟାଳୟରୁ ବାହାରି ସହର ପରିକ୍ରମା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଡ଼ିସିସି ସଭାପତି ମୋହନ ପରିଡାଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ହୋଇଥିବାବେଳେ ବହୁ କଂଗ୍ରେସ ନେତା ଏଥିରେ ସାମିଲ ହୋଇଛନ୍ତି।


ସେହିପରି ବଲାଙ୍ଗିରରେ ଏହାକୁ ବିରୋଧ କରି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଏଥିସହ କର୍ମ ନିଯୁକ୍ତି ଦେବା ବଦଳରେ କର୍ମଚାରୀଙ୍କୁ ଛଟେଇ କରାଯାଉଛି । ସରକାରୀ ପ୍ରତିଷ୍ଠାନମାନଙ୍କୁ ଘରୋଇ କମ୍ପାନୀମାନଙ୍କ ହାତରେ ଟେକି ଦିଆଯାଉଛି । ଅତ୍ୟାବଷ୍ୟକ ସାମଗ୍ରୀର ଦର ହୁହୁ ହୋଇ ବଢି ଚାଲିଥିବା ବେଳେ ସବୁକିଛି ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି ବୋଲି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଗରେ ଧାରଣା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲ୍ଲୀପ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ପିସିସିର ବରିଷ୍ଠ ମୁଖପାତ୍ର ସମରେନ୍ଦ୍ର ମିଶ୍ର ଉଦବୋଧନ ଦେଇଥିଲେ ।