କଂଗ୍ରେସ ସଂଗଠକଙ୍କ ହୃଦଘାତରେ ପରଲୋକ

ଆଳି,ଏନ୍ଏନ୍ଏସ୍: ଗୁରୁବାର ବିଳମ୍ବିତ ରାତିରେ ଆଳି ବ୍ଲକ୍ ଅଟାଳ ପଞ୍ଚାୟତର କଂଗ୍ରେସ ନେତା ତଥା ଆଳି ନୂଆବଜାରର ଔଷଧ ବ୍ୟବସାୟୀ ରାଜେନ୍ଦ୍ର ଦାସଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ ଶାରୀରିକ ଭାବେ ଅସୁସ୍ଥ ଥିଲେ। ରାଜେନ୍ଦ୍ର ଅଟାଳ ପଞ୍ଚାୟତ କଂଗ୍ରେସ ଦଳର ଜଣେ ଟାଣୁଆ ସଂଗଠକ ଭାବେ ପରିଚିତ ଥିଲେ। ଏଥି ସହିତ ସେ ଆଳି ନୂଆବଜାରର ଜଣେ ପ୍ରତିଷ୍ଠିତ ଔଷଧ ବ୍ୟବସାୟୀ ଥିଲେ।

ରାଜେନ୍ଦ୍ରଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଆଳିର ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା, ବିଜେପି ନେତା କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଛନ୍ତି।