କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ତ୍ୟାଗୀଙ୍କ ଦେହାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ବୁଧବାର ହୃଦଘାତରେ କଂଗ୍ରେସ ନେତା ତଥା ପ୍ରବକ୍ତା ରାଜୀବ ତ୍ୟାଗୀଙ୍କର ମୃତ୍ୟୁ ହୋଇଛି। ରାଜୀବଙ୍କର ଦେହ ଅଚାନକ ଅସୁସ୍ଥ ହେବାରୁ ତାଙ୍କୁ ଗାଜିୟାବାଦସ୍ଥିତ ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ଗଣମାଧ୍ୟମରେ ଏକ ଡିବେଟ କାର୍ଯ୍ୟକ୍ରମରେ ତ୍ୟାଗୀ ଭାଗ ନେଇଥିଲେ। ଏପରିକି କାର୍ଯ୍ୟକ୍ରମ ସମ୍ପର୍କରେ ତ୍ୟାଗୀ ନିଜେ ଟ୍ୱିଟ କରି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଭାଗ ନେବା ସମୟରେ ତାଙ୍କୁ ଅଚାନକ ହୃଦଘାତ ଆସିଥିଲା।