ଋଷୀୟ ପର୍ଯ୍ୟଟକଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଓଡ଼ିଶାର ଏକ ହୋଟେଲରେ ରହସ୍ୟମୟ ପରିସ୍ଥିତିରେ ପ୍ରାଣ ହରାଇଥିବା ଋଷୀୟ ପର୍ଯ୍ୟଟକଙ୍କ ଅନ୍ତିମ ସଂସ୍କାରକୁ ନେଇ କଂଗ୍ରେସ ନେତା ମନିଷ ତିୱାରୀ ପ୍ରଶ୍ନ ଉଠାଇଛନ୍ତି । ଶ୍ରୀ ତିୱାରୀ କହିଛନ୍ତି ଯେ, ଋଷୀୟ ପର୍ଯ୍ୟଟକଙ୍କ ଅନ୍ତିମ ସଂସ୍କାର କାହିଁକି କରାଗଲା ? କାହିଁକି ସେମାନଙ୍କୁ ଇସାୟୀ ପ୍ରଥା ଅନୁସାରେ ସମାଧି ଦିଆଗଲାନି ?

ସୂଚନାଯୋଗ୍ୟ, ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ଏକ ହୋଟେଲରେ ଡିସେମ୍ବର ୨ ତାରିଖରେ ୨ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ଉକ୍ତ ହୋଟେଲରେ ମୋଟ ୪ଜଣ ଋଷୀୟ ପର୍ଯ୍ୟଟକ ରହିଥିଲେ । ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଡିସେମ୍ବର ୨୨ରେ ହୃଦଘାତ ଯୋଗୁ ହୋଇଥିବାବେଳେ ଅନ୍ୟଜଣଙ୍କର ଡିସେମ୍ବର ୨୫ରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପୋଷ୍ଟମର୍ଟମ ପରେ ରାୟଗଡ଼ାରେ ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଏବେ ଏହାକୁ ନେଇ ପ୍ରଶ୍ନ ଉଠୁଛି ।