ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ କରୋନା ସଂକ୍ରମିତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ଭୂତାଣୁର ପ୍ରକୋପ ବଢ଼ି ଚାଲିଛି। ଏହି ମଧ୍ୟରେ ପୁଣି ଆଜି ଜଣେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି।

ବର୍ତ୍ତମାନ ଦିଲ୍ଲୀ ସ୍ଥିତ ବାସଭବନରେ ସେ କ୍ୱାରେଣ୍ଟାଇନରେ ଅଛନ୍ତି। ଏହି ମଧ୍ୟରେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର କୋଭିଡ ଟେଷ୍ଟ କରାଇ ନେବାକୁ ସେ ଅନୁରୋଧ କରିଛନ୍ତି।