କଂଗ୍ରେସ ମୋତେ ୯୧ଥର ଅପମାନିତ କରିଛି : ମୋଦୀ

କର୍ଣ୍ଣାଟକ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ‘ବିଶାକ୍ତ ସାପ’ ବୟାନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲଟା ଆକ୍ରମଣ କରିଛନ୍ତି । ମୋଦୀ କହିଛନ୍ତି ଯେ, କଂଗ୍ରେସ ଓ ତା’ର ସମସ୍ତ ନେତା ବର୍ତ୍ତମାନ ସୁଦ୍ଧା ଭିନ୍ନ ଭିନ୍ନ କରି ମୋତେ ୯୧ଥର ଅପମାନିତ କରିଛନ୍ତି । କଂଗ୍ରେସ ବାବାସାହେବ ଆମ୍ବେଦକର ଏବଂ ବୀର ସାବରକରଙ୍କ ପାଇଁ ମଧ୍ୟ ଅପଶଦ୍ଦ ବ୍ୟବହାର କରିଛଇ । ଏହି ଗାଳିର ଜବାବ ଜନତା ଭୋଟ ମାଧ୍ୟମରେ ଦେବେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଧାନସଭା ନିର୍ବାଚନର ପ୍ରଚାର ପାଇଁ ଆଜି କର୍ଣ୍ଣାଟକରେ ରାଲି କରିଛନ୍ତି । ମାର୍ଚ୍ଚ ୧୯ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମ୍ବନ୍ଧରେ ଘୋଷଣା ହେବା ପରେ ଏହା ମୋଦୀଙ୍କ ପ୍ରଥମ କର୍ଣ୍ଣାଟକ ଗସ୍ତ ।