ପୁଡୁଚେରିରେ ଭାଙ୍ଗିଲା କଂଗ୍ରେସ ସରକାର

ପୁଡୁଚେରୀ,ଏଜେନ୍ସି: ପୁଡୁଚେରିରେ ଭାଙ୍ଗିଲା କଂଗ୍ରେସ ସରକାର। ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ। ଗୃହରେ ବହୁମତ ସାବ୍ୟସ୍ତ କରିପାରିଲେନି ମୁଖ୍ୟମନ୍ତ୍ରୀ। ଆସ୍ଥା ଭୋଟ ପରେ ଭାଙ୍ଗିଲା କଂଗ୍ରେସ ସରକାର। ସରକାର ଆସ୍ଥା ଭୋଟରେ ପରାସ୍ତ ହୋଇଥିବା କହିଲେ ବାଚସ୍ପତି।

ସୂଚନାଥାଉକି, କିଛି ଦିନ ଧରି କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରିରେ ଦେଖାଦେଇଥିଲା ରାଜନୈତିକ ଅସ୍ଥିରତା। ପୁଡୁଚେରିରେ ଶାସକ କଂଗ୍ରେସ-ଡିଏମକେ ମେଣ୍ଟ ସରକାରରୁ କିଛି ବିଧାୟକ ଇସ୍ତଫା ଦେବା ପରେ ସରକାର ସଂଖ୍ୟାଲଘୁ ହୋଇଯାଇଥିଲା। ତେବେ ସରକାର ବହୁମତରେ ଥିବା ଜଣାଇବା ପାଇଁ ଆଜି ବିଧାନସଭାରେ ଆସ୍ଥା ଭୋଟ ହୋଇଥିଲା।

ଆଜି(ସୋମବାର) ଆସ୍ଥା ଭୋଟ କରିବାକୁ ଉପରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ନିର୍ଦ୍ଦେଶ ଦେଇଥିଲେ। ଦୁଇ କଂଗ୍ରେସ ବିଧାୟକ ଏ ଜନ କୁମାର, ଲକ୍ଷ୍ମୀନାରାୟଣ ଓ ଡିଏମକେ ବିଧାୟକ କେ ଭେଙ୍କଟେସାନ ଇସ୍ତଫା ଦେବାପରେ ସରକାର ସଂଖ୍ୟାଲଘୁ ହୋଇଯାଇଥିଲା। ଚଳିତ ବର୍ଷ ପୁଡୁଚେରିରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ତା ପୂର୍ବରୁ ପୁଡୁଚେରିରେ ସରକାର ଭାଙ୍ଗିଯାଇଛି।