କଂଗ୍ରେସର ଗୋଷ୍ଠୀ କନ୍ଦଳ: କର୍ମୀଙ୍କ ଭିତରେ ଗଣ୍ଡଗୋଳ ପରେ କଂଗ୍ରେସ ଭବନ ଉପରକୁ ଢେଲା ମାଡ଼

ଭୁବନେଶ୍ୱର, ଜାନୁଆରୀ ୯(ଖବର ଓଡ଼ିଶା): ଦିନକୁ ଦିନ ଅଶାନ୍ତ ହେଉଛି ରାଜ୍ୟ କଂଗ୍ରେସ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଏବେ ହାଟରେ ପଡି ଦାଣ୍ଡରେ ଗଡ଼ିବା ଆରମ୍ଭ କଲାଣି । କର୍ମୀ ମଧ୍ୟରେ ଏ ଅସନ୍ତୋଷ ଏବେ ଉଗ୍ର ରୂପ ନେଇଛି ।

ଗତକାଲି ରାଜ୍ୟ କଂଗ୍ରେସ ଭବନ ମଧ୍ୟରେ କିଛି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ଏହାପରେ ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନ ଉପରକୁ ଆକ୍ରମଣ କରିଥିଲେ । ସମାନ ଭାବରେ ସଂଧ୍ୟାରେ ଆଉ ଏକ ଗଣ୍ଡଗୋଳ ହେବାରୁ ଗତକାଲି ବିଳମ୍ବିତ ରାତିରେ ରାଜ୍ୟ କଂଗ୍ରେସ ଭବନ ଉପରକୁ ପୁଣି ଥରେ ଢେଲା ପଥର ମାଡ଼ କରାଯାଇଥିବା ସୂଚନା ମିଳିଛି ।

ଏହି ଘଟଣା ପରେ ଆଜି କଂଗ୍ରେସ ଭବନ ସମ୍ମୁକରେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି । ଏବେବି କଂଗ୍ରେସ ଭବନ ପରିସରରେ ଉତ୍ତେଜନା ଲାଗି ରହିଛି ।