ଯବାନଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା

ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ କୁହୁରାକୋଟ ଗ୍ରାମର ଜଣେ କାର୍ଯ୍ୟରତ ଜଣେ ଆସାମ ରାଇଫଲ୍ ଯବାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ କୁହୁରାକୋଟ ଗ୍ରାମର ସ୍ୱର୍ଗତ ନିରଗତ ମାଝୀଙ୍କ ଚତୁର୍ଥ ପୁଅ ବଳଦେବ ମାଝୀ(୪୫) ମଣୀପୁର ଆସାମ ରାଇଫଲରେ ଆଜକୁ ୨୨ ବର୍ଷ ହେବ କାର୍ଯ୍ୟରତ ଥିଲେ। ସେ ଗତ କିଛି ବର୍ଷ ହେବ ଅସୁସ୍ଥ ଥିବାରୁ ଡିପାର୍ଟମେଣ୍ଟ ତରଫରୁ କୋଲକାତା ମେଡିକାଲରେ ଚିକିତ୍ସିତ ହେଉଥିଲେ। ତେବେ ଗତ ଶନିବାର ଦିନ ଭୋର ୪ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ ହୋଇଥିବା ସୂଚନା ମିଳିଥିଲା। ମୃତ୍ୟୁ ଖବର ଝରିଗାଁ ଥାନାକୁ ଗତ କାଲି ଆସିବା ପରେ ଝରିଗାଁ ଥାନା ତରଫରୁ ପରିବାରକୁ ସୂଚନା ଦିଆଯାଇଥିଲା।

ଏଠାରେ ପ୍ରକାଶ ଯେ ମୃତ ବୀର ଯବାନଙ୍କ ପରିବାର କହିଲେ ସ୍ତ୍ରୀ କମଳା ମାଝୀ, ୨ ପୁଅ ଓ ଜଣେ ଝିଅ। ପରିବାର ଲୋକେ କୁହୁରାକୋଟ ଗ୍ରାମରେ ରହୁଛନ୍ତି। ଆଜି ବିଳମ୍ବିତ ରାତିରେ ନିଜ ଗ୍ରାମ କୁହୁରାକୋଟକୁ ଆମ୍ବୁଲାନ୍ସ ଯୋଗେ ଯବାନ ବଳଦେବଙ୍କ ମରଶରୀର ଆସିବ ବୋଲି ସୂଚନା ମିଳିଛି।