ଛାତରୁ କଂକ୍ରିଟ ଖସି ଏଏନ୍ଏମ୍ ଛାତ୍ରୀ ଗୁରୁତର

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଏଏନ୍‌ଏମ୍‌ ତାଲିମ କେନ୍ଦ୍ର ଛାତରୁ କଂକ୍ରିଟ୍‌ ଖସି ଜଣେ ଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରୀ ଜଣଙ୍କ ହେଉଛନ୍ତି ସୁକାନ୍ତି ବିନ୍ଧାଣୀ ଓ ସେ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ସୋମବାର ସୁକାନ୍ତି ବିନ୍ଧାଣୀ ବାଥରୁମ୍‌କୁ ଯାଇଥିବା ବେଳେ ଏହି ସମୟରେ ଛାତରୁ କଂକ୍ରିଟ ଖସି ତାଙ୍କ ଉପରେ ପଡ଼ିଥିଲା। ଏଥିରେ ଛାତ୍ରୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ସେଠାରୁ ତାଙ୍କୁ ତା’ର ସାଙ୍ଗପିଲାମାନେ ଉଦ୍ଧାର କରି ହସ୍‌ପିଟାଲକୁ ନେଇଥିଲେ। ଏଏନ୍‌ଏମ୍‌ ତାଲିମ କେନ୍ଦ୍ରରେ ପାଖାପାଖି ୮୦ଜଣ ଛାତ୍ରୀ ତାଲିମ ନେଉଛନ୍ତି। ଏହି ଘଟଣାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଆଜି ଅସାନ୍ତି ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରୀମାନେ ସୋମବାର ସିଡିଏମ୍‌ଙ୍କୁ ଘେରାଉ କରି ତାଲିମ କେନ୍ଦ୍ରର ଛାତ ମରାମତି ପାଇଁ ଦାବି କରିଛନ୍ତି।