୪ ଦୁର୍ନିତୀଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ମୋ ସରକାର ଇଫେକ୍ଟ

ଭୁବନେଶ୍ୱର, ଏନ୍ଏନ୍ଏସ୍ : ରାଜ୍ୟ ସରକାର ଦୁର୍ନୀତିଗ୍ରସ୍ତ ଦୁଇ ଅଧିକାରୀ ଦିଲ୍ଲୀପ କୁମାର ନାଗ ଓ ବସନ୍ତ କୁମାର ବେହେରାଙ୍କୁ ସରକାରୀ ଚାକିରୀରୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ସମ୍ପୃକ୍ତ ଦୁଇ ଅଧିକାରୀଙ୍କ ବାସଭବନରେ ପୂର୍ବରୁ ଚଢ଼ଉ କରାଯିବା ସହିତ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ଶ୍ରୀ ନାଗ ଅବକାରୀ ବିଭାଗର ଡେପୁଟି କମିଶନର ଭାବେ କାର୍ୟ୍ୟରତ ଥିଲେ । ଏହି ଚଢ଼ଉ ବେଳେ ତାଙ୍କ ନାମରେ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଥିବା ପ୍ରାୟ ଦେଢ଼ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ସମ୍ପତି ଏବଂ ୪୭ ଲକ୍ଷ ୫୦ ହଜାର ଟଙ୍କା ନଗଦ ଜବତ କରାଯାଇଥିଲା । ଘଟଣାରେ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା । ଏପରିକି ମାମଲାରେ କାର୍ୟ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ କାର୍ୟ୍ୟରୁ ନିଲମ୍ବନ କରାଯାଇଥିଲା । ଏହି ସମସ୍ତ ସ୍ଥାବର ଅସ୍ଥାବର ସମ୍ପତିର ଆୟ ବାବଦେ ତଥ୍ୟ ମଗାଯାଇଥିଲେ ସୁଦ୍ଧା ସେ ସମ୍ପର୍କିତ କୌଣସି ତଥ୍ୟ ସେ ରଖିପାରିନଥିଲେ । ଯାହାକି ଓଡ଼ିଶା ଗଭର୍ଣ୍ଣମେଂଟ କଣ୍ଡକ୍ଟ ରୁଲ୍ ୧୯୫୯କୁ ଉଲ୍ଲଙ୍ଘନ କରିଛି ।

ସେହିପରି ଢ଼େଙ୍କାନାଳ ଆରଟିଓ ଭାବେ କାର୍ୟ୍ୟରତ ଥିବା ବସନ୍ତ କୁମାର ବେହେରାଙ୍କ ଆୟ ବର୍ହିଭୁତ ସମ୍ପତିକୁ ନେଇ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ତାଙ୍କର ସମୁଦାୟ ୩ କୋଟି ୬୧ ଲକ୍ଷ ୧୯ ହଜାର ୨୨୬ ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ କରାଯାଇଥିଲା । ଏଥିରେ ଭୁବନେଶ୍ୱରରେ ଥିବା ଦୁଇଟି ପ୍ଲଟ୍ ଯାହାର ମୂଲ୍ୟ ୭ ଲକ୍ଷ ୨୨ ହଜାର ୫୦୦ ଟଙ୍କା, କଟକରେ ଥିବା ଅନ୍ୟ ଦୁଇଟି ପ୍ଲଟ ଯାହାର ମୂଲ୍ୟ ୧ କୋଟି ୭୦ ଲକ୍ଷ ୧୦ ହଜାର ଟଙ୍କା । ଭୁବନେଶ୍ୱରରେ ଥିବା କସମୋପଲିସ୍ ଫ୍ଲାଟ୍ ଯାହାର ମୂଲ୍ୟ ୪୯ ଲକ୍ଷ ୨୭ ହଜାର ୨୦୨ । ବିଭିନ୍ନ ବ୍ୟାଙ୍କରେ ଥିବା ଡିପୋଜିଟ୍ ର ପରିମାଣ ୩୩ ଲକ୍ଷ ୮୦ ହଜାର ୭୦୪ ଟଙ୍କା । ଦାମୀ କାର୍, ବାଇକ୍ ଯାହାର ମୂଲ୍ୟ ୭୦ ଲକ୍ଷ ୩୩ ହଜାର ୯୩୦ ଟଙ୍କା । ସୁନା ଓ ରୂପା ଅଳଙ୍କାର ୬ ଲକ୍ଷ ଟଙ୍କା । ନଗଦ ୩ ଲକ୍ଷ ୪୪ ହଜାର ୮୯୦ ଟଙ୍କା ଏବଂ ଅନ୍ୟାନ୍ୟ ୨୧ ଲକ୍ଷ ମୂଲ୍ୟର ଆସବାବପତ୍ର ଆକଳନ କରାଯାଇଥିଲା ।

ସେହିପରି ଖାଦ୍ୟ ଯୋଗାଣ ବିଭାଗର ଜଷର ଅଧିକାରୀ ଅଶୋକ କୁମାର ମାଝୀ ଓ ଜଙ୍ଙ୍ଗଲ ବିଭାଗରଶରତ ଚନ୍ଦ୍ର ପଣ୍ଡାଙ୍କ ୁବିଭିନ୍ନ କାରଣରୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ନ୍ତି।