ପ୍ରଚାର ବେଳେ ଭୁଲିଗଲେ କଟକଣା, ଓୱେସୀଙ୍କ ସମେତ ୩୦୦ ସମର୍ଥକଙ୍କ ନାଁରେ ଏତଲା

ବେଙ୍ଗାଲୁରୁ,ଏଜେନ୍ସି: ନିର୍ବାଚନ ପ୍ରଚାର ବେଳେ ନିୟମ ଭାଙ୍ଗି ଫସିଲେ ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ। ବେଲଗାଭିରେ କୋଭିଡ କଟକଣା ଉଲ୍ଲଙ୍ଘନ କରିବା ଅଭିଯୋଗରେ ଓୱେସୀଙ୍କ ସମେତ ୩୦୦ ସମର୍ଥକଙ୍କ ନାଁରେ ଏତଲା ରୁଜୁ ହୋଇଛି। ପ୍ରଥମଥର ପାଇଁ ଗତ ସୋମବାର ବେଲଗାଭିରେ ନିର୍ବାଚନ ପ୍ରଚାର କରିବାକୁ ଯାଇଥିଲେ ଓୱେସୀ।

ମଙ୍ଗଳବାର ବେଲଗାଭିର ଦୁରବାର ଅଞ୍ଚଳରେ ରାଲି କରିଥିଲେ। ଓୱେସୀଙ୍କୁ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା। ଓୱେସୀଙ୍କ ପାଇଁ କୋଭିଡ କଟକଣାକୁ ମାନି ନଥିଲେ ଲୋକେ। ଯାହାକୁ ନେଇ ନିର୍ବାଚନ କମିସନର ନିୟମ ଉଲ୍ଲଙ୍ଘନ କରିଥିବା ଦର୍ଶାଇ ଓୱେସୀଙ୍କ ସମେତ ତାଙ୍କ ୩୦୦ ସମର୍ଥକଙ୍କ ବିରୋଧରେ ମାର୍କେଟ ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି।

ସୂଚନା ଥାଉକି, ଆସନ୍ତା ୩ ତାରିଖରେ ବେଲଗାଭିରେ ମତଦାନ ହେବାକୁ ଯାଉଛି। ସିଟି କର୍ପୋରେସନ ନିର୍ବାଚନ ପାଇଁ ୫୧୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି।