କେବଳ ରାତି ୮ରୁ ୧୦ ବାଣଫୁଟା, ଚାଇନା ବାଣକୁ ସମ୍ପୂର୍ଣ୍ଣ ନିଷେଧ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀପାହଳୀରେ କଟକ-ଭୁବନେଶ୍ୱରରେ ବାଣ ପୁଟାଇବା ନେଇ କମିଶନରେଟ୍ ପୁଲିସ ପକ୍ଷରୁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇପାରିବେ। ୧୨୫ ଡେସିବେଲରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇ ପାରିବେ ନାହିଁ। ଚାଇନା ବାଣ ଫୁଟାଇବା ଲାଗି ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନିଷେଧ ସ୍ଥାନ ଯଥା ହସ୍ପିଟାଲ, ଶିକ୍ଷାନୁଷ୍ଠାନ କୋର୍ଟ, ଧାର୍ମିକ ସ୍ଥାନମାନଙ୍କରେ ବାଣ ଫୁଠାଇବା ବାରଣ କରାଯାଇଛି। ଜରୁରୀ ପରିସ୍ଥିତିରେ ପୁଲିସ କଣ୍ଟ୍ରୋଲ ରୁମ୍(୧୦୦) କିମ୍ବା ଦମକଳ କେନ୍ଦ୍ର(୧୦୧)କୁ ସହାୟତା ପାଇଁ ଫୋନ୍ କରିବାକୁ ପରାମର୍ଶ ଦିଆଯାଇଛି।