୧ କୋଟିର ଜାଲ୍‌ନୋଟ ଜବତ

ଭୁବନେଶ୍ୱର,ଏନ୍ଏନ୍ଏସ୍କମିସନରେଟ ପୁଲିସ ପକ୍ଷରୁ ଶୁକ୍ରବାର ଚଢ଼ଉ କରାଯାଇ ଜାଲ ନୋଟ ର‌୍ୟାକେଟ ଠାବ କରାଯାଇଛି । ଏହି ଘଟଣାରେ ଅଭିଯୁକ୍ତକୁ ପୁଲିସ ଗିରଫ କରିବା ସହ ତା’ ନିକଟରୁ ୧କୋଟି ଟଙ୍କାର ନକଲି ନୋଟ ଏବଂ ୭ଲକ୍ଷ ଟଙ୍କାର ଅସଲି ନୋଟ ଜବତ କରିଛି । ସେଥିମଧ୍ୟରେ ୨୦୦୦ ଟଙ୍କିଆ ଓ ୧୦ ଟଙ୍କିଆ ନକଲି ନୋଟ ରହିଛି ।

ତେବେ ଗତକିଛି ଦିନ ଧରି ଲୋକଙ୍କୁ ଭୁଆଁ ବୁଲାଇ ମନ୍ତ୍ର ବଳରେ ଲୋକଙ୍କୁ ୨ଗୁଣା ଟଙ୍କା ଦେଉଥିଲା । ଏଭଳି ଅଭିଯୋଗ ଆସବାପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା । କମିସନରେଟ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କ୍ୱାଡ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ  ମାନଙ୍କୁ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।