କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଜଣେ ଗିରଫ

ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ଦାରିଙ୍ଗବାଡ଼ି ଥାନା ପୁଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଜଣକ ହେଲେ ପର୍ତମାହା ପଞ୍ଚାୟତ କିଡ୍ରାମାଲା ଗ୍ରାମର କରନ ଦିଗାଲ ଓରଫ ବାବୁଲା ।

ସୂଚନା ଅନୁସାରେ ବାବୁଲା ଉକ୍ତ ଗ୍ରାମର ଯୁବତୀ ଓ ବିବାହିତା ମହିଳା ମାନଙ୍କୁ ବିଭିନ୍ନ ପ୍ରକାରର ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କରୁଥିବା ଅନେକବାର ଅଭିଯୋଗ ହୋଇଥିବାବେଳେ ପଞ୍ଚାୟତରେ ଏହାର ସମାଧାନ ମଧ୍ୟ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବାବୁଲା ପୁଣିଥରେ କଲେଜ ଛାତ୍ରୀ  ଜଣକୁ ଯିବା ଆସିବା ସମୟରେ କମେଣ୍ଟ ମାରୁଥିବା ଛାତ୍ରୀଙ୍କ ବାପା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗପରେ ପୁଲିସ କେସ୍‌ ନମ୍ବର- ୯୨/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ବାବୁଲା ବିବାହିତ ଥିବାବେଳେ ତାଙ୍କର ୩ ସନ୍ତାନ ଅଛନ୍ତି।