ମହିଳା ହୋମଗାର୍ଡଙ୍କୁ କମେଣ୍ଟ ମାରି ୨ ନାବାଳକ ଅଟକ

ପାଣିକୋଇଲି ଥାନା ଅନ୍ତର୍ଗତ ମାଳଆନନ୍ଦପୁର ପଞ୍ଚାୟତର ରୁଢିଆ ବ୍ରିଜ ନିକଟରେ କାର୍ଯ୍ୟରତ ମହିଳା ହୋମଗାର୍ଡଙ୍କୁ ରୁଢିଆ ଗ୍ରାମର ଦୁଇ ନାବାଳକ କମେଣ୍ଟ ମାରି ଥାନାରେ ଅଟକ ରହିଛନ୍ତି। ପ୍ରକାଶଥାଉକି, ପ୍ରତିଦିନ ଅପରାହ୍ଣରେ ରୁଡିଆ ବ୍ରିଜ ନିକଟରେ ପ୍ରତିଦିନ ହୋମଗାର୍ଡମାନେ ଡ୍ୟୁଟି କରନ୍ତି। ପାଣିକୋଇଲି ଥାନାର ମହିଳା ହୋମଗାର୍ଡ ଡ୍ୟୁଟିରେ ଥିବାବେଳେ ଏକ ବାଇକ ଯୋଗେ ରୁଢିଆ ଗ୍ରାମର ୨ ନାବଳକ ଆସି ଉକ୍ତ ମହିଳାଙ୍କୁ ଅଶ୍ଳୀଳ କମେଣ୍ଟ ମାରିଥିଲେ। ଏ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ନାବାଳକୁ ଥାନାକୁ ପୁଲିସ ଧରିଆଣିଛନ୍ତି।