ମୋ ବିଚ୍ କ୍ୟାମ୍ପେନରେ ଯୋଗଦେବେ ‘କମାଣ୍ଡୋ’

ପୁରୀ: ଆସନ୍ତା ୨୧ରେ ପୁରୀ ଠାରେ ଆୟୋଜିତ ହେବାକୁ ଥିବା ‘ମୋ ବିଚ୍ କ୍ୟାମ୍ପେନ’ ରେ ଯୋଗଦେବେ କମାଣ୍ଡୋ ତଥା ବଲିଉଡ୍ ଅଭିନେତା ବିଦ୍ୟୁତ ଜମ୍ମୱାଲ। ପୁରୀ ବେଳାଭୂମିକୁ ପରିବେଶକୁ ସୁନ୍ଦର ଓ ପରିମଳ ସୁରକ୍ଷା ଲାଗି ଶନିବାର ଠାରୁ ବ୍ୟାପକ ଭାବେ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ପୁରୀକୁ ଆସିବା ନେଇ କମାଣ୍ଡୋ ଅଭିନେତା ନିଜର ଏକ ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି ଯେ ‘୨୧ ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୋ ସଦ ସମସ୍ତେ ସାମିଲ ହୁଅନ୍ତୁ। ଆସନ୍ତୁ ବେଳାଭୂମିକୁ ସଫେଇ କରିବା, ଆମ ଦେଶକୁ ଗର୍ବିତ କରିବା’।