‘କମାଣ୍ଡୋ ୩’ର ଟ୍ରେଲର୍ ରିିଲିଜ୍

ବିଦ୍ୟୁତ ଜମୱାଲଙ୍କ ‘କମାଣ୍ଡୋ ୩’ର ଟ୍ରେଲର୍ ରିଲିଜ୍ ହୋଇଛି। ବିଦ୍ୟୁତ ଏଥିରେ ଅଭିନୟ କରିଛନ୍ତି କମାଣ୍ଡୋ କରନବୀର ସିଂହ ଡୋଗ୍ରା ଚରିତ୍ରରେ। ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା ଚଳାଇଥିବା ଜଣେ ଟେରରିଷ୍ଟକୁ ସାବାଡ୍ କରିବା ପାଇଁ ବିଦ୍ୟୁତ ଅଣ୍ଟା ଭିଡ଼ିଛନ୍ତି। ବିଦ୍ୟୁତଙ୍କୁ ଏ କାମରେ ସହଯୋଗ କରୁଛନ୍ତି ତାଙ୍କର ଟିମମେଟ୍ ଅଦା ଶର୍ମା ଓ ଅଙ୍ଗିରା ଧର। ଏହାକୁ ନେଇ କାହାଣୀ ଗତିଶୀଳ ହୋଇଛି।

ଏହି ଆତଙ୍କବାତୀ ଚରିତ୍ରରେ ଅଭିନୟ କରୁଛନ୍ତି ଗୁଲସନ୍ ଦେବୟା। ଟ୍ରେଲର୍ ଆରମ୍ଭ ହେଉଛି ଗୁଲସନଙ୍କ ସଂଳାପରୁ – ହିନ୍ଦୁସ୍ତାନ ରୋୟେଗା, ଖୁନ୍ କେ ଆଂଶୁ ରୋୟେଗା। ଦେୟାର୍ ୱିଲ୍ ବି ଏ ସିଭିଲ୍ ୱାର୍, ମେ ରହୁଁ ୟା ନା ରହୁଁ।’ ସଂଳାପ ସରିବା ମାତ୍ରେ ବିଦ୍ୟୁତ ନିର୍ବାହ କରୁଥିବା କମାଣ୍ଡୋ ଚରିତ୍ରର ଏଣ୍ଟ୍ରି ହେଉଛି, ଯିଏ ଗୁଲସନକୁ ଗିରଫ କରିବା ପାଇଁ ନିଯୁକ୍ତ ହୋଇଛି। ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି ଅଙ୍ଗିରା।