ପ୍ରେମ କରିବାକୁ ଆସି ବିବାହ କରି ଘରକୁ ଫେରିଲେ ଯୁବକ

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନ ମଣିପୁର ପଞ୍ଚାୟତ ଗୁଲୁଣିଆ ଗ୍ରାମରେ ସୁରେନ୍ଦ୍ର ବେହେରାଙ୍କ ଝିଅକୁ ବାବୁପାଟଣା ଗ୍ରାମର ଯୁଧିଷ୍ଠିର ବେହେରାଙ୍କ ପୁଅ ବୈକୁଣ୍ଠଫେସବୁକ୍‌ରେ ଭଲପାଇଥିଲେ। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସକାଳୁ ପରିବାର ଲୋକେ ଘରେ ନଥିବାରୁ ଝିଅ ଏକାଥିବା ଜାଣି ଯୁବକ ଜଣକ ତାଙ୍କ ଘରକୁ ଆସି କବାଟ ବନ୍ଦ କରି ଘର ଭିତରକୁ ଯାଇଥିଲେ। ଏହି ସମୟରେ ଗ୍ରାମର କିଛି ଲୋକମାନଙ୍କହାବୁଡରେ ପଡିଯାଇଥିଲେ। ପରେ ଗ୍ରାମବାସୀ ଝିଅର ମାଆକୁ ଡାକି ଥିଲେ । ପରେ ମା’ ଓ ଗ୍ରାମବାସୀ ମିଶି ରାତ୍ରିରେ ଉଭୟଙ୍କ ବିବାହ କରାଇଥିଲେ। ସେହିପରି ଆଜି ଝିଅ ଓ ପୁଅଙ୍କ ରେଜିଷ୍ଟ୍ରାର ବାହାଘର କରିବାର ପ୍ରସ୍ତାବ ରହିଛି ।