ଜାମ୍ମୁ କାଶ୍ମୀରର ହଣ୍ଡୱାରାର ଗୁଳିକାଣ୍ଡରେ ୫ ଜବାନ ସହିଦ, ଜଣେ କର୍ଣ୍ଣେଲ ଓ ଜଣେ ମେଜର ସହିଦ

ଶ୍ରୀନଗର,ଏଜେନ୍ସି: ଜାମ୍ମୁ-କାଶ୍ମୀରର କୋପୱାରା ଜିଲ୍ଲାର ହଣ୍ଡୱାରାରେ ଗତକାଲି ବିଳମ୍ବିତ ରାତ୍ର୍ରିରେ ସୁରକ୍ଷା ବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨୧ ରାଷ୍ଟ୍ରୀୟ ରାଇଫଲର ଦୁଇ ଅଫିସରଙ୍କ ସମେତ ୫ ଯବାନ ସହିଦ ହୋଇଛନ୍ତି। ସେହିପରି ଏହି ସହିଦଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଳ ରହିଛନ୍ତି।

ସୂଚନା ଅନୁସାରେ ଶ୍ରୀନଗର ଠାରୁ ୭୦ କିଲୋମିଟର ଦୂରରେ ଥିବା କୋପୱାର ଜିଲ୍ଲାର ହଣ୍ଡୱାରା ଅଞ୍ଚଳକୁ ଆତଙ୍କୀମାନେ ନିଜ କବଜାରେ ନେଇଥିଲେ। ପରେ ପୁଲିସ ଓ ସ୍ଥଳସେନା ଖବର ପାଇ ଏକ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନରେ ଜାମ୍ମୁ କାଶ୍ମୀର ପୁଲିସ ଓ ୨୧ ରାଷ୍ଟ୍ରୀୟ ରାଇଫଲର ଯବାନ ମାନେ ମିଳିତ ଭାବେ ଅଂଶ ଗ୍ରହଣ କରିଥିଲେ। ପରେ ସେ ଘଟଣାସ୍ଥଳକୁ ଯାଇ ସେଠାରେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ।

ଏହି ସମୟରେ ସୁରକ୍ଷାବାହିନୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୨ ଆତଙ୍କୀ ନିହତ ହୋଇଥିଲେ। ଅନ୍ୟପଟେ ଭାରତର ୫ ଯବାନ ସହିଦ ହୋଇଥିଲେ। ଏଥିରେ ୨୧ ରାଷ୍ଟ୍ରୀୟ ରାଇଫଲର କର୍ଣ୍ଣେଲ ଆଶୁତୋଷ ଶର୍ମା, ମେଜର ଅନୁଜ ସୁଡ, ନାଏକ ରାଜେଶ କୁମାର ଓ ଏଲ୍.ନାଏକ ଦିନେଶ ଓ ଜାମୁ କାଶ୍ମୀର ପୁଲିସର ସବ୍ ଇନସ୍ପେକ୍ଟର ସକୀଲ ଅହମ୍ମଦ କ୍ୱାଜି ସହିଦ ହୋଇଛନ୍ତି। ଏ ନେଇ ତାଙ୍କୁ ସହିଦ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ଜାମ୍ମୁ କାଶ୍ମୀର ପୁଲିସ ଡିଜି ସୂଚନା ଦେଇଛନ୍ତି।