ଜିଲ୍ଲାପାଳଙ୍କ ସାଲିମି ବିଦ୍ୟାଳୟ ଗସ୍ତ: ମଧ୍ୟାହ୍ନ ଭୋଜନ ଯାଞ୍ଚ ସହ ଛାତ୍ରଛାତ୍ରୀଙ୍କୁ ଗଣିତ ପଢ଼ାଇଲେ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍‌ ଅନ୍ତର୍ଗତ ମାଓ ଉପଦ୍ରୁତ ଅଞ୍ଚଳ ସାଲିମି ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ପରିଦର୍ଶନରେ ଯାଇ ଗଣିତ ପଢ଼ାଇଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ଜ୍ଞାନ ପରୀକ୍ଷା କରିଛନ୍ତି। ଏଥିସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ପାଠପଢ଼ାରେ ମନ ନିବେଶ କରି ଆଗାମୀ ଦିନରେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ।

ଏଥିସହ ବିଦ୍ୟାଳୟର ସମସ୍ୟା ପଚାରି ବୁଝିବା ସହ ବିଦ୍ୟାଳୟର ମଧ୍ୟାହ୍ନଭୋଜନକୁ ଯାଞ୍ଚ କରିଥିଲେ। ପରେ ସାଲିମି ଗ୍ରାମର ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ଅନୁଧ୍ୟାନ କରି କିଛି ସମୟ ଶିଶୁଙ୍କ ଗହଣରେ ବିତାଇଥିଲେ। ଏହି ଗସ୍ତ ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀ ଓ ମାଥିଲି ବିଡିଓଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।