କଳାହାଣ୍ଡି ଜିଲ୍ଲାପାଳଙ୍କ ଅଚାନକ ମେଡିକାଲ ପରିଦର୍ଶନ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲାପାଳ ଡ. ପରାଗ ଗାଭାଲି ହର୍ଷଦ ଶୁକ୍ରବାର ସକାଳେ ଅଚାନକ ଜିଲ୍ଲା ମେଡିକାଲ ପରିଦର୍ଶନ କରିଛନ୍ତି। ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀମାନେ ସରକାରଙ୍କ ସବୁ ଯୋଜନା ଠିକ ଭାବରେ ପାଇପାରୁଛନ୍ତି କି ନାହିଁ ତାହା ପଚାରି ବୁଝିବା ସହ ରୋଗୀମାନଙ୍କୁ କିପରି ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ।

ପ୍ରକାଶ ଯେ ସଦର ଡାକ୍ତରଖାନାରେ ୭୬ଜଣ ଡାକ୍ତର ପଦ ଥିବା ଅନେକ ଡାକ୍ତର ପଦ ଖାଲି ପଡ଼ିଛି। ତେଣୁ ଜିଲ୍ଲାରେ ଡାକ୍ତର ନିଯୁକ୍ତି ସହ ରୋଷେଇ ଘରକୁ ପରିଷ୍କାର ପରିଛନ୍ନ ରଖିବା ଓ ଶୌଚାଳୟ ସଫାସୁତରା ରଖିବା ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ଜିଲ୍ଲାପାଳ ନିଜେ ଜଣେ ଡାକ୍ତର ହୋଇଥିବାରୁ ଏହି ପରିଦର୍ଶନ ବେଳେ ରୋଗୀମାନଙ୍କ ବାସ୍ଥ୍ୟବସ୍ଥା ନିଜେ ଅନୁଧ୍ୟାନ କରିଥିଲେ।