ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନାଁରେ କେତେକ ଦୁର୍ବୃତ୍ତ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କ ଠାରୁ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ନାଁକୁ ବ୍ୟବହାର କରି ଟଙ୍କା ଦାବି କରାଯାଉଥିବା କଥା ସାମ୍ନାକୁ ଆସିବା ପରେ, ତାଙ୍କ ଫେସବୁକ୍ ଆକାଉଣ୍ଟକୁ ବ୍ଲକ୍ କରିବା ପାଇଁ ଜିଲ୍ଲାପାଳ ଅପିଲ କରିଛନ୍ତି ।
ଏ ନେଇ ସେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ଏଭଳି କେବେ ଟଙ୍କା ଦାବି କରିନାହାନ୍ତି କିମ୍ବା କେବେ କରିବେ ନାହିଁ । ଏପରିକି ଲୋକଙ୍କୁ ଏଭଳି ଦାବିକୁ ଶୁଣି କୌଣସି ପ୍ରକାର ଟଙ୍କା, ପଇସା ନ ଦେବାପାଇଁ ସେ ଅନୁରୋଧ କରିଛନ୍ତି । ତେବେ କିଏ ଓ କେଉଁ ଉଦ୍ଦେଶ୍ୟରେ ଏଭଳି କରିଛି ତା’ର ଛାନ୍ଭିନ୍ ହେବା ଜରୁରୀ ବୋଲି ସେ କହିଛନ୍ତି।
Seems that someone already tried to misuse the profile for favours! Request everyone especially from sundargarh,…
Nikhil Pavan Kalyan द्वारा इस दिन पोस्ट की गई शुक्रवार, 11 अक्तूबर 2019