ଲାଠୋର ବସ ଷ୍ଟାଣ୍ଡରେ ଥଣ୍ଡା ପାନୀୟ ଜଳର ଉଦଘାଟନ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ଲାଠୋର ବସଷ୍ଟାଣ୍ଡରେ ପ୍ରବଳ ଖରାକୁ ପାନୀୟ ଜଳର ସୁବିଧା ନଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ଯୁବ ବ୍ୟବସାୟୀ ଶୀତଳ ଅଗ୍ରୱାଲଙ୍କ ପ୍ରଚେଷ୍ଟାରେ ଆଜି ଲାଠୋର ବସଷ୍ଟାଣ୍ଡରେ ଜନସଧାରଣଙ୍କ ପାଇଁ ଉନ୍ନତମାନର ପାନୀୟ ଜଳ ପ୍ରକଳ୍ପ ସହ ୫୦୦ ଲିଟର ଟାଙ୍କିକୁ ଉଦଘାଟନ କରାଯାଇଛି । ଫଳରେ ଏଠାକୁ ଆସୁଥିବା ଯାତ୍ରୀମାନେ ସୁବିଧାରେ ପିଇବା ପାଣି ପାଇପାରିବେ ।