ରାଜ୍ୟରେ କମିବ ଶୀତ, ୨୫ରୁ ରାଜ୍ୟର କେତେକ ସ୍ଥାନରେ ହୋଇପାରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗତ ୩ଦିନ ଭିତରେ ରାଜ୍ୟରେ ଶୀତର ପରିମାଣ ବଢ଼ିଥିବା ବେଳେ ଆଗକୁ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ୟ୍ୟନ୍ତ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି। ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣିଥରେ ୧୫ ଡିଗ୍ରିକୁ ଛୁଇଁ ଥିବା ବେଳେ ୨୫ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବ।ର ସମ୍ଭାବନା ରହିଛି। ଆଗକୁ କୋହଲା ପାଗ ଜାରି ରହିବାକୁ ଥିବାରୁ ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି।

୨୮ତାରିଖ ଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ୟ୍ୟନ୍ତ ବୃଦ୍ଧି ପାଇଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ କରାଯାଇଛି। ଏହା ବ୍ୟତୀତ ଫୁଲବାଣୀରେ ୯.୩, ସୋନପୁରରେ ୯.୮, ଅନୁଗୁଳରେ ୧୦, କେନ୍ଦୁଝରରେ ୧୦.୮, ସୁନ୍ଦରଗଡ଼ରେ ୧୧, ଟିଟିଲାଗଡ଼ରେ ୧୧.୧, ବାଲେଶ୍ୱରରେ ୧୧.୩, କୋରାପୁଟରେ ୧୨, ସମ୍ବଲପୁରରେ ୧୨.୪, ବାରିପଦାରେ ୧୨.୬, ତାଳଚେର ଓ ଭବାନୀପାଟଣାରେ ୧୩, କଟକରେ ୧୩.୫ ଡିଗ୍ରି ରହିଛି।