ପାରାଦୀପ,ଏନ୍ଏନ୍ଏସ୍ : ଭାରତର ପୂର୍ବଉପକୂଳର ସୁରକ୍ଷା ନିମନ୍ତେ ବୁଧବାର ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହୋଇଛି କୋଷ୍ଟଗାର୍ଡ ଜାହାଜ ‘ବରାଦ୍’ । ଉପକୂଳ ଅଞ୍ଚଳରେ ପଇଁତରା ଦେବା ନିମନ୍ତେ ଉତ୍ତର-ପୂର୍ବ ମୁଖ୍ୟାଳୟରେ ସାମିଲ ହେବା ପରେ ଏହି ଜାହାଜକୁ ପାରାଦୀପ ଜିଲ୍ଲା ମୁଖ୍ୟାଳୟ-୭ କୁ ପଠାଯାଇଥିଲା। ଲାର୍ସନ୍ ଆଣ୍ଡ ଟ୍ୟୁବ୍ରୋ କମ୍ପାନୀ ଦ୍ୱାରା କାଟୁପାଲ୍ଳୀ ଠାରେ ଏହି ୯୮ ମିିଟର ଲମ୍ବ ଜାହାଜ ନିର୍ମାଣ ହୋଇଛି। ଏହି ଜାହଜରେ ୩୦ ମିମି ଓ ୧୨.୭ ବନ୍ଧୁକ ସ୍ଥାପିତ ହୋଇଛି। ଗୋଟିଏ ଡବଲ ଇଞ୍ଜିନ ହେଲିକପ୍ଟର ବହନ କରିବାର କ୍ଷମତା ‘ବରାଦ୍୍’ ଜାହାଜରେ ରହିଛି। ୨୧୦୦ ଟନ ଓଜନ ବିଶିଷ୍ଟ ଏହି ଜାହାଜରେ ୯୧୦୦ କିଲୋୱାଟର ଦୁଇଟି ଡିଜେଲ ଇଂଜିନ୍ ରହିଛି। କମାଣ୍ଡା ପିଣ୍ଟୁ ବାଗ୍ଙ୍କ ସମେତ ୧୧ ଜଣ ଅଧିକାରୀ ଓ ୯୧ଜଣ କର୍ମଚାରୀ ରହିଥିବା ଭାରତୀୟ ତଟରକ୍ଷୀ ବାହିନୀ ପାରାଦୀପ ମୁଖ୍ୟାଳୟ-୭ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।