ଜଳିଗଲା କୋଇଲା ବୋଝେଇ ଟ୍ରକ୍

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକ ଜଳିଯାଇଛି। ନିଆଁ ଲାଗିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା। ରୟଗଡ଼ା ଅଗ୍ନିଶମ ବାହିନୀ ଶେଷଖାଲ ପୁଲିସ ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିଛନ୍ତି।

ଅଗ୍ନିକାଣ୍ଡରେ କୋଇଲା ସମେତ ଟ୍ରକର ଅଧିକାଂଶ ଭାଗ ଜଳିଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ଟ୍ରକଟି ବିଶାଖାପଟଣାରୁ କୋଇଲା ନେଇ ରାୟଗଡାକୁ ଆସୁଥିଲା। ଡ୍ରାଇଭରର ସୂଚନା ଅନୁସାରେ ଗାଡ଼ିରେ କୋଇଲା ନେଇ ଆସୁଥିବା ବେଳେ ପ୍ରତାପପୁର ନିକଟରେ ଟ୍ରକରୁ ଧୂଆଁ ବାହାରୁଥିବା ଜାଣିବାକୁ ପାଇଥିଲା। ସେ ଟ୍ରକରୁ ଓହ୍ଲାଇ ଆସିବା ପରେ ନିଆଁ ଲାଗିଯାଇଥିଲା।