ଚେନ୍ନାଇ ଟେଷ୍ଟ: ଅଶ୍ୱିନଙ୍କ ଦମଦାର ଶତକ

ଚେନ୍ନାଇ: ଭାରତ-ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟର ତୃତୀୟ ଦିନରେ ରବିଚନ୍ଦ୍ରନ ଅଶ୍ୱିନ ଦମଦାର ଶତକ ଯୋଡ଼ିଛନ୍ତି। ଅଶ୍ୱିନ୍ ୧୩୪ ବଲରେ ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ଏହା ତାଙ୍କର ୫ମ ଶତକ। ଏଥିସହିତ ଅଶ୍ୱିନ ୮ ନମ୍ବରରେ ବ୍ୟାଟିଂ କରି ଭାରତ ତରଫରୁ ସର୍ବାଧିକ ଶତକ ମାରିବାର ରେକର୍ଡ ନିଜ ନାଁରେ କରି ନେଇଛନ୍ତି। ସେ ଧୋନୀଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି।

ଅଶ୍ୱିନଙ୍କ ଦମଦାର ୧୩୪ ରନ୍ ଓ ଅଧିନାୟକ ବିରାଟ କୋହଲୀଙ୍କ ୬୨ ରନ୍ ବଳରେ ଭାରତ ଦ୍ୱିତୀୟ ପାଳିରେ ୨୮୬ ରନ୍ କରିଛି। ଫଳରେ ଇଂଲଣ୍ଡ ସମ୍ମୁଖରେ ଜିତିବା ପାଇଁ ୪୮୨ ରନର ଟାର୍ଗେଟ ରଖିଛି। ଭାରତ ପ୍ରଥମ ପାଳିରେ ୩୨୯ ରନ୍ ହାସଲ କରିଥିଲା ଓ ଇଂଲଣ୍ଡ ୧୩୪ ରନରେ ଅଲଆଉଟ ହୋଇଯାଇଥିଲା। ଏଥିସହିତ ଭାରତ ୧୯୫ ରନରେ ଆଗୁଆ ରହିଥିଲା।