ପିପିଲି ଲାଗି ମୁଖ୍ୟମନ୍ତ୍ରୀଙ୍କ ଭର୍ଚ୍ଚୁଆଲ ପ୍ରଚାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ପିପିଲି ଉପନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ପ୍ରଚାର କରିବେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ସମ୍ପର୍କରେ ବିଧାୟକ ଉମା ସାମନ୍ତରାୟ ସୂଚନା ପ୍ରଦାନ କରିଛନ୍ତି। ଏଥିଲାଗି ବିଭିନ୍ନ ଜାଗାରେ ଏଲଇଡି ଲଗାଯିବ। କେବେ, କେଉଁଦିନ ପ୍ରଚାର କରିବେ ତାହା ଖୁବଶୀଘ୍ର ଜଣାପଡ଼ିବ ବୋଲି ବିଧାୟକ କହିଛନ୍ତି।