ଲଖନଉ,ଏଜେନ୍ସି: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଯୋଗୀ ସରକାର ଫୋଜାବାଦ ରେଳ ଷ୍ଟେସନର ନାମ ବଦଳାଇ ଅଯୋଧ୍ୟା କୋଂଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ବହୁ ଶୀଘ୍ର ସୂଚନା ଜାରି କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହି ନିଷ୍ପତ୍ତି ରାଜ୍ୟ ମୁଖିଆ ଯୋଗୀ ଆଦିତ୍ୟ ନାଥ କରିଛନ୍ତି। ଆପଣକୁ କହିରଖିବାକୁ ଚାହୁଁ ଯେ ପୂର୍ବରୁ ଫୋଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା ରଖାଯାଇଥିଲା।
ସେହିପରି ୨୦୧୮ରେ ଯୋଗୀ ସରକାର ଆହ୍ଲାବାଦର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିଥିଲେ। ଏହା ପରେ ୨୦୧୮ ନଭେମ୍ବର ୬ ତାରିଖ ଦିନ ଫୋଜାବାଦ ଜିଲ୍ଲାର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା କରିବାକୁ ଉତ୍ତରପ୍ରଦେଶ କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଥିଲା। ଏହା ପରେ ରାଜ୍ୟ ସରକାର ପୂରା ଅଯୋଧ୍ୟାରେ ମଦ ଓ ମାଂସର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଦେଇଥିଲେ।