ମନରେଗାରେ କାର୍ଯ୍ୟ ଦିବସ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମନରେଗା ମାନବ ଦିବସ ବୃଦ୍ଧି କରିବାକୁ ଦାବି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଚିଠିରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି। କରୋନା କାଳରେ ବହୁ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଆସିଛନ୍ତି। ସେମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରକାର ମନରେଗା ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଏବେସୁଦ୍ଧା କେନ୍ଦ୍ର ଉପରେ ୧୦୮୮.୭୨ କୋଟି ମନରେଗା ବାବଦକୁ ବକେୟା ପଡ଼ିଛି। ବେକାରୀଙ୍କୁ ମନରେଗା ଯୋଜନା ଅଧୀନରେ ମଜୁରୀ ଦେବା ନିୟମ ରହିଛି। ଠିକ୍ ସମୟରେ ବକେୟା ମନରେଗା ପାଣ୍ଠି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।