ଜନ୍ମ ଦିନରେ ରକ୍ତ ଦାତାଙ୍କୁ ଉତ୍ସାହିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍ :ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ ଅବସରରେ ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ ରାଜ୍ୟର ୫୯ରୁ ଊଦ୍ଧ୍ୱର୍ ପ୍ରମୁଖ ସ୍ଥାନରେ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ତା.୧୬/୧୦/୨୦୧୯ରିଖ ଦିନ ବିଜୁ ଜନତା ଦଳ ରାଜ୍ୟ କାର୍ୟ୍ୟାଳୟ (୬ଆର୍‍/୩, ୟୁନିଟ୍‍-୬, ଭୁବନେଶ୍ୱର) ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଉଛି । ଏହି ରକ୍ତଦାନ ଶିବିର ପୂର୍ବାହ୍ଣ ୯ ଘଟିକା ସମୟରେ ଆରମ୍ଭ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପୂର୍ବାହ୍ଣ ୧୧ ଘଟିକା ସମୟରେ ଯୋଗଦାନ କରି ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିବେ । ଏହି କାର୍ୟ୍ୟକ୍ରମରେ ଯୁବ, ଛାତ୍ର, ମହିଳାଙ୍କ ସମେତ ୫୦୦ରୁ ଊଦ୍ଧ୍ୱର୍ ରକ୍ତଦାତା ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବେ । ଏଥିରେ ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ଜୀବନ ବିନ୍ଦୁର ରାଜ୍ୟ ସଂଯୋଜକଙ୍କ ସମେତ ବହୁ ବିଜୁ ଜନତା ଦଳର ନେତୃବୃନ୍ଦ ଉପସ୍ଥିତ ରହିବେ ।