ଆକାଶ ମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ୧୪ରେ ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଆକାଶ ମାର୍ଗରୁ ବାତ୍ୟା ବୁଲବୁଲ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ସନ୍ଧ୍ୟାରେ ଲୋକସେବା ଭବନରେ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକରେ ମୁଖ୍ୟ ସଚିବଙ୍କ ସମେତ ଏସଆରସି ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା ପରେ ଏସଆରସି ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ ୬ଟି ଜିଲ୍ଲାରେ ବାତ୍ୟା ଯୋଗୁଁ ଚାଷରେ କ୍ଷତି ଘଟିଛି। ଏବଂ ଆସନ୍ତା ୧୪ ଓ ୧୫ ତାରିଖରେ କେନ୍ଦ୍ରୀୟ ଟିମ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ଅନୁଧ୍ୟାନ କରିବ ବୋଲି ଶ୍ରୀ ଜେନା କହିଛନ୍ତି।