‘ମୋ ବସ୍’ରେ ବସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍ଏନ୍ଏସ୍: ମୋ ବସ୍ କୁ ଆଜି ଏକ ବର୍ଷ ପୂରଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ଧ୍ୟାରେ ମୋ ବସରେ ବସି ଯାତ୍ରା କରିଛନ୍ତି। ବସରେ ଥିବା ଅନେକ ଯାତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ ବାର୍ତ୍ତାଳପ କରିବା ସହ ସେଲଫି ଉଠାଇଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ବସ ସର୍ଭିସକୁ ଆମେ ଏକ ମଡେଲ ଟ୍ରାନ୍ସପୋର୍ଟ ସର୍ଭିସ ଭାବରେ ଗଢ଼ିପାରିଛୁ।

ସହରର ଏରିଆ ବଢ଼ୁଛି, ଜନସଂଖ୍ୟା ବଢ଼ୁଛି ଓ ଟ୍ରାଫିକ ମଧ୍ୟ ବଢ଼ୁଛି। ଏହାସହ ପ୍ରଦୂଷଣ ମଧ୍ୟ ବଢ଼ୁଛି। ଅନ୍ୟ ରାଜ୍ୟ ତୁଳନାରେ ଆମେ ବହୁତ ଭଲରେ ରହିଛୁ ତଥାପି ଆମକୁ ଆଜିଠାରୁ ହିଁ ପ୍ଲାନ୍ କରିବାକୁ ପଡିବ । ସାଧାରଣ ପରିବହନ ସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।