କେନ୍ଦ୍ରର ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ର ସରକାରଙ୍କ ଠାରେ ପଡ଼ି ରହିଥିବା ଓଡ଼ିଶାର ବିଭିନ୍ନ କେନ୍ଦ୍ରୀୟ ପ୍ରକଳ୍ପର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ଜାନୁୟାରୀ ମାସରେ ସିଆରସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଆଯାଇଥିବା ନିଷ୍ପତିର ଅଗ୍ରଗତି ଉପରେ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ରେଳ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ କିପରି ଅଧିକ ତ୍ୱରାନ୍ୱିତ କରାଯାଇ ପାରିବ ସେ ଦିଗରେ ଯତ୍ନଶୀଳ ହେବା ପାଇଁ ବୈଠକରେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ପ୍ରସ୍ତାବିତ ପ୍ରକଳ୍ପର ପାଇଁ ଆର୍ଥିକ ସହାୟତା ଓ ଜମି ଯୋଗାଇ ଦେବାକୁ ଘୋଷଣା କରିସାରିଛନ୍ତି। ସେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କହିଛନ୍ତି।

ଓଡ଼ିଶାରେ ଲୋକ ଅନୁପାତରେ ଟେଲିକମ ଏବଂ ବ୍ୟାଙ୍କ ସେବା ଯେପରି ମିଳିପାରିବ ସେ ଦିଗରେ ମଧ୍ୟ ଉଦ୍ୟମ କରିବା ପାଇଁ କହିଥିଲେ। ଦିଲ୍ଲୀରେ ଥିବା ସିଆରସି କାର୍ଯ୍ୟାଳୟରେ ୫ ଟି ସୂତ୍ରର କାର୍ଯ୍ୟକାରିତ ଏବଂ ଆର୍ଥିକ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସିଆରସିଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।