ନିଆରା ଢଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳି ପାଳନ

ଭୁବନେଶ୍ଵର,ଏନଏନଏସ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଆରା ଢଙ୍ଗରେ ଦୀପାବଳି ପାଳନ କରିବେ। ପବିତ୍ର ଦୀପାବଳି ଅବସରରେ ସେ  ଗରିବ ଓ ଅନାଥ ପିଲାମାନଙ୍କ ସହ ସନ୍ଧ୍ୟାରେ ଖୁସି ମନାଇବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରେ ଏସଓଏସ ଭିଲେଜରେ ଥିବା ଶହ ଶହ ଅନାଥ ଶିଶୁ ରହୁଛନ୍ତି । ଏଥିପାଇଁ ସେ ଆଜି ସଂଧ୍ୟାରେ ଏସଓଏସ ଭିଲେଜ ଅନାଥ ପିଲାମାନଙ୍କ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପାଳନ କରିବେ।

ଏହା ସହ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଅନାଥ ପିଲାମାନଙ୍କ ସହ ଦୀପାବଳି ପାଳନ କରିବା ପାଇଁ ନିବେଦନ କରିଛନ୍ତି।

 ସେହିଭଳି ନିଜର ଦଳର କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ଦିବ୍ୟାଙ୍ଗଙ୍କସହ ଆଜିର ଏହି ପର୍ବ ପାଳନ କରିବାକୁ ପରାମର୍ଶ ଦେଇଥିବାବେଳେ ପୁଲିସ୍‍ ମହାନିର୍ଦ୍ଦେଶକ, ଏସ୍‍ପି ଓ ଜିଲ୍ଲାପାଳମାନଙ୍କୁ ମଧ୍ୟ ଯବାନଙ୍କ ପରିବାର ସହ ଦୀପାବଳି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।