ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: କରୋନା ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,ଏନ୍ଏନ୍ଏସ୍: ୭୪ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେବା ସହ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବିଶେଷ ଭାବରେ ସାହସର ସହ କରୋନାକୁ ମୁକାବିଲା କରିବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। କରୋନା ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଏଭଳି ସ୍ଥିତିରେ କେହି ବି ଟଙ୍କା ଅଭାବରୁ କରୋନା ଚିକିତ୍ସାରୁ ବଞ୍ଚତ ହେବେ ନାହିଁ। କରୋନା ଯୋଦ୍ଧାଙ୍କ ସେବାର କୌଣସି ତୁଳନା ନାହିଁ। କରୋନା ଯୋଦ୍ଧାଙ୍କ ସେବା ପାଇଁ ସାରା ଦେଶରେ ଆମର ମୃତ୍ୟୁହାର କମ୍ ରହିଛି। ରାଜ୍ୟରେ ପ୍ଲାଜମା ଥେରୋପି ଚିକିତ୍ସା ପାଇଁ ପ୍ଲାଜମା ବ୍ୟାଙ୍କ ପ୍ରସ୍ତୁତ ହୋଇଛି। କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ କରୋନା ସଙ୍କଟ ସୃଷ୍ଟି କରିଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନୀତି, ପରିବହନ, ପର୍ଯ୍ୟଟନ ପ୍ରଭାବିତ ହୋଇଛି। ବିଶ୍ୱର କୋଟି କୋଟି ଲୋକ କରୋନା ପାଇଁ ଜୀବିକା ହରାଇଛନ୍ତି। କ୍ଷତି ଭରଣା ପାଇଁ ସମସ୍ତଙ୍କୁ ସାହସର ସହ କାମ କରିବାକୁ ପଡ଼ିବ। ମୋର ବିଶ୍ୱାସ ରହିଛି କି, କରୋନା ଶୀଘ୍ର ଶେଷ ହେବ ଆଉ ସ୍କୁଲରେ ଘଣ୍ଟି ବାଜିବ। କୃଷି, ନିର୍ମାଣ ଓ କର୍ମ ସଂସ୍ଥାନ ସୃଷ୍ଟି ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଓଡ଼ିଶାକୁ ୧୨ ହଜାର କୋଟିର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ପୁଞ୍ଜିନିବେଶ କ୍ଷେତ୍ରରେ ମହାରାଷ୍ଟ୍ରକୁ ପଛରେ ପକାଇ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।