ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୟୁକ୍ରେନ ଉପରେ ଋଷର ଆକ୍ରମଣ ଯୁଦ୍ଧ ବିଭୀଷିକା ମଧ୍ୟରେ ସେଠାରେ ଫସିଥିବା ଭାରତୀୟ ତଥା ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରଛନ୍ତି ଭାରତ ସରକାର। ସେପଟେ ଫେରିଥିବା ୟୁକ୍ରେନ ଛାତ୍ରଛାତ୍ରୀଙ୍କ ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି। ଏହାରି ମଧ୍ୟରେ ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। କ୍ୟାରିଅର ଅଧାରୁ ଫେରିଥିବା ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ ବ୍ୟବସ୍ଥା ପ୍ରସ୍ତାବ ଉପରେ କହିିଛନ୍ତି ନବୀନ।

ନବୀନ କହିଛନ୍ତି ନ୍ୟାସନାଲ ମେଡିକାଲ କମିଶନ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ହସ୍ତକ୍ଷେପ କରନ୍ତୁ। ଦେଶରେ ଥିବା ମେଡିକାଲ କଲେଜରେ ପାଠପଢ଼ା ବ୍ୟବସ୍ଥା କରାଯାଉ। ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ପାଠପଢ଼ାର ବ୍ୟବସ୍ଥା କରାଯାଉ। ସମସ୍ତ ପ୍ରକାର ସହଯୋଗ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ ବୋଲି ଚିଠିରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।