ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଅପରାହ୍ଣ ୪ଟା୩୦ ମିନିଟ ସମୟରେ ଭିଡିଓ ବାର୍ତ୍ତା ଜାରି କରି ରାଜ୍ୟବାସୀଙ୍କୁ ସମ୍ୱୋଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଲୟ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ମାନଙ୍କ ଉଦ୍ଦେଶ୍ୟରେ ଏହି ଭିଡିଓ ବାର୍ତ୍ତା ଜାରି କରାଯିବ ବୋଲି ଜଣାପଡିଛି।
ତେବେ ଆଶା କରାଯାଉଛି ବାହାର ରାଜ୍ୟରେ ଫସି ରହିଥିବା ଓଡିଆ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ କିଛି ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।