ଆଉ ୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ଘୋଷଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ମୋ ସରକାର ଟିମ୍ ର ତୃତୀୟ ପରିଦର୍ଶନ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ବିଶେଷ ଅନୁଦାନ ଘୋଷଣା କରାଯିବ ।

ସୁନ୍ଦରଗଡ, ମୟୂରଭଞ୍ଜ ଓ କେଉଁଝର:
ଜିଲ୍ଲା ମିନେରାଲ ଫଣ୍ଡରୁ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମଗୃହ, ଷ୍ଟାଫ୍ କ୍ୱାର୍ଟର ଏବଂ ରକ୍ତଦାନ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ସୁନ୍ଦରଗଡ ଓ ମୟୂରଭଞ୍ଜ ଏସପିଙ୍କୁ ଦିଆଯିବ । ଏହାସହିତ ସୁନ୍ଦରଗଡ ହସ୍ପିଟାଲକୁ ୨ଟି ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡି ମଧ୍ୟ ଦିଆଯିବ। ରାଉଲକେଲା ସରକାରୀ ହସ୍ପିଟାଲର ଶଯ୍ୟା ସଂଖ୍ୟା ୪ଶହକୁ ବୃଦ୍ଧି କରାଯାଇଛି। ରୋଗୀ କଲ୍ୟାଣ ନିମନ୍ତେ ରୋଗୀ କଲ୍ୟାଣ ସମିତିକୁ ୧୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ୍ ରୁ ସୁନ୍ଦରଗଡ ଓ ମୟୂରଭଞ୍ଜ ଜିଲ୍ଲାକୁ ଦିଆଯିବ।