ଭୁବନେଶ୍ୱର,ଏନ୍ଏନ୍ଏସ୍: ସହରାଞ୍ଚଳ ଗରିବ ଲୋକଙ୍କ ରୋଜଗାର ପାଇଁ ରାଜ୍ୟ ସରକାର ୧୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟର ୧୧୪ଟି ପୌରାଞ୍ଚଳର ସହରମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ୧୦୦ କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏଥିରେ ଶ୍ରମଭିତ୍ତିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବା ସହ ସହରାଞଚଳର ୪ ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ ବୋଲି ଲକ୍ଷ୍ୟ ରଖାଯାଇଛି। ତେବେ ଚଳିତ ମାସରୁ ଆରମ୍ଭ ହୋଇ ଏହା ଆଗାମୀ ସେପ୍ଟେମ୍ବର ମାସ ପର୍ୟ୍ୟନ୍ତ ଚାଲିବ। ମିଶନ ଶକ୍ତିର ମାଆମାନଙ୍କ ସହାୟତା ଓ ସହଭାଗୀତାରେ ଏହାକୁ କାର୍ୟ୍ୟକ୍ଷମ କରାଯିବ। ହିତାଧୀକାରୀମାନଙ୍କ ମଂଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଠାଇଦିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।