କରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରେ, ଏନ୍ଏନ୍ଏସ୍: ରାଜ୍ୟରେ ଦିନକୁଦିନ କରୋନା ମାଡ଼ି ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସ୍ଥିତିକୁ ସମୀକ୍ଷା କରିଛନ୍ତି। ଭିଡିଓ କନଫ୍ରେନ୍ସିଂ ଜରିଆରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଅନ୍ୟ ସମସ୍ତ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି।

ସୂଚନାଯୋଗ୍ୟ ଯେ,ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ୧୫୧୭କୁ ବୃଦ୍ଧି ପାଇଛି। ଆଜି ୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆକରି ସୁବର୍ଣ୍ଣପୁର ଜିଲ୍ଲାକୁ କରୋନା ଛୁଇଁଥିବାବେଳେ କେବଳ ଏକମାତ୍ର ଜିଲ୍ଲାଭାବେ ରାୟଗଡ଼ା ଏଥିରୁ ବାଦ୍ ପଡ଼ିଛି।